विशेष रुप से प्रदर्शित पोस्ट

ନିରୀହତା , କିଛି ପ୍ରଶ୍ନ କିଛି ଆଶା

 

ନିରୀହତା , କିଛି ପ୍ରଶ୍ନ କିଛି ଆଶା

ଶୁଖିଲା ଚେହେରା 

ଢଳ ଢଳ ଭିତରକୁ ପଶି ଯାଇଥିବା ଆଖି

କିଛି ପ୍ରଶ୍ନ କିଛି ଆଶା ସେ ଆଖିରେ

ଧିରେ ଧିରେ ପାଖେଇ ଆସୁଥିଲା

ଜାଣି ପାରୁନଥିଲି କେମିତି ମୁଁ ସାମ୍ନା କରିବି

ଲାଗୁଥିଲା ଯେମିତି ସାହସ କ୍ଷୁର୍ଣ୍ଣ ହୋଇଯାଇଛି

ନିରବତା, ମୋ ଅସ୍ଥିର ମନକୁ ନିରବ କରି ଦେଇଥିଲା

ମୁଁ କିଛି କହିବା ପୂର୍ବରୁ ଶୁଭାଗଲା

ବାବୁ କିଛି ଖାଇବି କିଛି ପଇସା ଦବୁ

ଆଖିର ନିରୀହତା ମୋ ଆଖିକୁ ଛଳଛଳ କରି ଦେଇଥିଲା

ପ୍ରଶ୍ନ ଉଠିଥିଲା ଏବେ ମୋ ମନରେ

ଦାୟୀ କିଏ ? ମୁଁ ,

କି ଦଶ ମାସ ଗର୍ଭରେ ଥିବା ସନ୍ତାନ

କି ଏ ସମାଜ , ସମାଜର ଚିନ୍ତାଧାରା

ଉଙ୍କି ମାରୁଥିଲା ନାନାଦି ପ୍ରଶ୍ନ

ଉତ୍ତର ସେ ମାଁ ହୃଦୟରେ ଥିଲା ହୋଇ ନିରବତା।


କିଛି ପାଉଣା ତା ପରିସ୍ଥିତିକୁ ବଦଳାଇ ପାରିବନି

ମାତ୍ର ତାକୁ ତା ଆଶା ଓ ପ୍ରଶ୍ନର ଉତ୍ତର ମିଳିଯାଇଥିଲା

ସେହି ଆଶା ଓ ପ୍ରଶ୍ନକୁ ନେଇ ଆଗେଇ ଆଗେଇ ପୁଣି

ଶିଥିଳତା ସ୍ଵରରେ ବାବୁ.... ବାବୁରେ .... ବାବୁ....


Jyotish kumar pati

टिप्पणियाँ